ଗୌହାଟୀ/ନୂଆଦିଲ୍ଲୀ: ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଟାଟା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଆସାମର ଜାଗିରୋଡରେ ପ୍ରତିଷ୍ଠିତ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ଟେଷ୍ଟ (ଓଏସଏଟି) କାରଖାନାରେ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ପ୍ରାୟ ୨୭,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାରଖାନାରେ ଅଟୋମୋବାଇଲ୍ ଚିପ୍ ଏବଂ ଉନ୍ନତ ଯୋଗାଯୋଗ ମଡ୍ୟୁଲ୍ ପ୍ରସ୍ତୁତ କରାଯିବ। ଏହି ପଦକ୍ଷେପ ଦ୍ୱାରା ହଜାର ହଜାର ଉଚ୍ଚ-ବୈଷୟିକ ଇଞ୍ଜିନିୟରିଂ ନିଯୁକ୍ତି ସୃଷ୍ଟି ହେବା ସହ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତର ସ୍ଥିତି ମଜବୁତ ହେବ।




