🔴 ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ: ପ୍ରସ୍ତୁତିରେ ଇଣ୍ଡିଆ ମେଣ୍ଟ, ଭୁବନେଶ୍ୱରରୁ ବିଭିନ୍ନ ସହରରେ ବୈଠକ!
ଭୁବନେଶ୍ୱର: ଆସନ୍ତା ୮ ଅକ୍ଟୋବର ୨୦୨୬ରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି।
ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ବନ୍ଦକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି।
ଏହା ସହିତ ରାଜ୍ୟର ବିଭିନ୍ନ ସହର ଓ ଜିଲ୍ଲାରେ ମଧ୍ୟ ଦଳୀୟ ନେତା ଓ କର୍ମୀମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।
ଏହି ବନ୍ଦ ଡାକରାର ମୁଖ୍ୟ ପ୍ରସଙ୍ଗ ହେଉଛି MMDR ସଂଶୋଧନ ଆଇନ, ୨୦୨୬କୁ ବିରୋଧ।
ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣ ଓ ବିଭିନ୍ନ ସଂଗଠନର ସହଯୋଗ ଲୋଡ଼ାଯାଉଛି।
ରାଜ୍ୟରେ ଏହି ବନ୍ଦକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଆସନ୍ତା ୮ ଅକ୍ଟୋବରରେ ଇଣ୍ଡିଆ ମେଣ୍ଟର ଏହି ଆହ୍ୱାନ କେତେ ସଫଳ ହେବ, ତାହା ଉପରେ ସମସ୍ତଙ୍କ ନଜର।




