ଆଜି, ୮ ଅକ୍ଟୋବର ୨୦୨୬, ଓଡ଼ିଶାରେ INDIA ବ୍ଲକ୍ ପକ୍ଷରୁ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ଏହାର ପ୍ରଭାବ ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲାରେ ପଡ଼ିଛି।
ମାନେଶ୍ୱରରେ ବନ୍ଦର ପ୍ରଭାବ, ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ
ମାନେଶ୍ୱରରେ ଓଡ଼ିଶା ବନ୍ଦର ପ୍ରଭାବ: ରାସ୍ତାଘାଟ ଶୂନଶାନ, ଯାନବାହନ ଚଳାଚଳ ବନ୍ଦ
ସମ୍ବଲପୁର: ଆଜି ଓଡ଼ିଶା ବନ୍ଦର ପ୍ରଭାବ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ଅଞ୍ଚଳରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ସଭାପତି ସଞ୍ଜୟ ଛୁରିଆ ଏବଂ ହରିଜନ ମୋର୍ଚ୍ଚା ସଭାପତି କୁଞ୍ଜବିହାରୀ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ମାନେଶ୍ୱରରେ ବନ୍ଦ ପାଳନ କରାଯାଇଥିଲା।
ବନ୍ଦ ସମୟରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସମର୍ଥନ କରିଥିଲେ। ଦୋକାନ ବଜାର ସମେତ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା।
ମାନେଶ୍ୱର ଅଞ୍ଚଳରେ ବନ୍ଦ ପାଳନ ସମୟରେ ଶାନ୍ତି, ଶୃଙ୍ଖଳା ଓ ଗଣତାନ୍ତ୍ରିକ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଥିଲା। କୌଣସି ଅପ୍ରୀତିକର ଘଟଣା ଯେପରି ନ ଘଟେ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, MMDR ସଂଶୋଧନ ଆଇନ ପ୍ରତ୍ୟାହାର, ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ଦାବି ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ଆଜିର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।




