ରମାଦେବୀ ବିଶ୍ୱବିଦ୍ୟାଳୟ ଆଗରେ ଉତ୍ତେଜନା, ଇପ୍ସିତା ସାହୁଙ୍କୁ ନେଇଗଲା ପୋଲିସ
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ହାଇଡ୍ରାମା। ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ପୋଲିସ ସହ ଧସ୍ତାଧସ୍ତି ପରେ ତାଙ୍କୁ ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ନିଆଯାଇଥିବା ସୂଚନା ମିଳିଛି। ଏହା ପରେ କ୍ୟାମ୍ପସ୍ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ଇପ୍ସିତା ସାହୁଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣାକ୍ରମ ମଧ୍ୟରେ ଏବିଭିପି ପକ୍ଷରୁ ମଧ୍ୟ ତାଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ଏହାକୁ ନେଇ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।
ପରେ ପୋଲିସ ସହ ଧସ୍ତାଧସ୍ତି ହେବା ପରେ ଇପ୍ସିତାଙ୍କୁ ପୋଲିସ ନିଜ ସହ ନେଇଯାଇଥିଲା। ତେବେ ତାଙ୍କୁ କେଉଁ କାରଣରୁ ନିଆଯାଇଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାରେ ପୋଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ତାହା ଉପରେ ନଜର ରହିଛି।




