ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭତରା, ସମ୍ବଲପୁରସ୍ଥିତ ଗାନ୍ଧୀ ମନ୍ଦିର ପରିସରରେ ଗାନ୍ଧୀ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଗଲା।
ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ସ୍ୱଚ୍ଛତାର ଆଦର୍ଶକୁ ସ୍ମରଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା।
ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶ୍ରୀ ଦିଲୀପ କୁମାର ଦୁରିଆ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ଆଦର୍ଶ ଓ ଚିନ୍ତାଧାରା ଉପରେ ମତବ୍ୟକ୍ତ କରିଥିଲେ।
ହରିଜନ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ତାପସ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜିତେନ୍ଦ୍ର ପ୍ରଧାନ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ପଥକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।
ଗାନ୍ଧୀଜୀଙ୍କ ଆଦର୍ଶ ଆଜି ମଧ୍ୟ ସମାଜକୁ ଏକତା, ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଇଆସୁଛି।
ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ଏକ ନ୍ୟାୟସଙ୍ଗତ, ସମାନତାମୂଳକ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ କରିବା ହିଁ ଗାନ୍ଧୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।




